ପଥର ଖଣିର ଘୁ ଘୁ ଗର୍ଜନ
ଆନ୍ଦୋଳିତ କରୁଥିଲା ଗଗନ ପବନ
ତାହାରି ଭିତରେ ଭାଇର କ୍ରନ୍ଦନ
ଆକୁଳ ଚିତ୍କାର ବିଦାରୁଥିଲା ତା ମନ ।।
କଣ ବା କରିପାରିବ ସେ
କାହାକୁ ବା ସମ୍ଭାଳିବ ସତେ
କ୍ଷୁଧାଗ୍ନିର ଚୋଟ ଏକ ପଟେ
ଅନ୍ୟପଟେ ରବିବାଣେ ପିଠି ଫାଟେ ।।
ଯାବୁଡି ଧରି ସାନ ଭାଇକୁ କୋଳରେ
ସ୍ୱପ୍ନ ଭାସିଆସେ କେତେ ତା ଆଖିରେ
ଭାଇ ତାର ବଡ ହେବ କେବେ
ରହିଛି ସେ ସେଇଦିନ ଅପେକ୍ଷାରେ ।।
ଯେଉଁ ହାତ ଖଡି ସିଲଟ ଧରିଥାନ୍ତା
ଆଜି ସେ ଧରିଛି କୋଡି ଫାଉଡା
ମାତାପିତା ସ୍ନେହ ବଦଳରେ
ଆଜି ମିଳେ ମାଲିକର ତାଡନା ।।
ମାତୁପିତୃ ବିୟୋଗ ପରେ ସେ ଆଜି ବେସାହାରା
ସାଥି ଏକା ତାର ସାନ ଭାଇଟି
ଖଣିରେ ଖଟୁଛି ଦିନରାତି
ଭରିବାକୁ ପେଟ ଆଉ ଘୋଡେଇବାକୁ ପିଠି ।।
ମାନସ କୁମାର ବେହେରା
ବ୍ରହ୍ମପୁରା ,ବାଙ୍କୀ,କଟକ


0 Comments